ଜଳେଶ୍ୱରର ବିଭିନ୍ନ ସ୍ଥାନରେ ନେତାଜୀ ଜୟନ୍ତି ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ନଛିମପୁର ପଂଚାୟତର ନଛିମପୁର ସରକାରୀ ଉନ୍ନିତ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ନେତାଜି ବୋଷଙ୍କ ପ୍ରତୀମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ସୀମାନ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପରିଡାଙ୍କ ସଭାପତିତ୍ୱରେ ନେତାଜୀପ୍ରେମୀ ସୁଦାମ ଚରଣ ପାତ୍ର, କବି ନରୋତ୍ତମ ପ୍ରଧାନ, ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଣବ କୁମାର ଦାସ, ସାହାଡାପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ଜେନା, ଶିକ୍ଷକ ଅନନ୍ତ କୁମାର ଗିରି, ଆଷିଶ ଦେ, ଦୀନବଂଧୁ ପ୍ରଧାନ, ଦିଲ୍ଲିପ କୁମାର ଗିରି, ପୂର୍ଣ୍ଣଚନ୍ଦ୍ର ଦାସ, ରବିନ୍ଦ୍ର କୁମାର ଗିରି, କମଳଲୋଚନ ପାତ୍ର, ବେଣୁଧର ପ୍ରଧାନ, ଅଂଜଳି ଜେନା, ବିଜୟଲକ୍ଷ୍ମୀ ଜେନା, ଶୁଭଦର୍ଶନି ଦାସ, ସମାଜସେବୀ ଗିରିଧାରୀ ରାଜ, ଦୁର୍ଗାଶଂକର ଗିରି ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତ ହୋଇ ନେତାଜୀଙ୍କ ସଂପର୍କରେ ଆଲୋଚନା କରିଥିଲେ । ଅନୁରୂପ ଭାବେ ନାନ୍ଦିକା ସ୍ଥିତ ଜଳେଶ୍ୱର ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟରେ ନେତାଜୀ ସୁବାସ ବୋଷଙ୍କର ଓ ବୀରସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ କରାଯାଇଛି । ବିଦ୍ୟାଳୟର ସଭାପତି କମଳ ଚକ୍ରବର୍ତ୍ତୀ, ସାଧାରଣ ସଂପାଦକ କପିଳେଶ୍ୱର ମହାନ୍ତି, ଅଶୋକ କୁମାର ଦାସ ପ୍ରମୁଖ ଯୋଗ ଦେଇ ଉଭୟ ମହାପୁରୁଷଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଗଠନରେ ସହାୟକ ହେବାକୁ ଦିଗ୍‌ଦର୍ଶନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । କୋଷାଧ୍ୟକ୍ଷ ଅଜୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସେହିଭଳି ଦୀନକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦ ତରଫରୁ ଜଳେଶ୍ୱର ଶାନ୍ତିଆ ସ୍ଥିତ ଶ୍ରୀନାଥଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ନେତାଜୀଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସର୍ବଭାରତୀୟ ଶିକ୍ଷକ ସଂଘର ଉପସଭାପତି ଈନ୍ଦୁମାଧବ ମହାନ୍ତି ପୌରହିତ୍ୱ କରିଥିବା ବେଳେ ଉତ୍କଳ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀକାନ୍ତ ଚରଣ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଏଥିରେ ରବିନ୍ଦ୍ର ସେନାପତି, ଅରୁଣ କୁମାର ବେଜ୍‌, ବସନ୍ତ କୁମାର ଦାସ, ଅମଳେନ୍ଦୁ ରାଉତ, କାଳିଚରଣ ପୃଷ୍ଟି, ମାନିକ ସାହୁ, ଦିଲ୍ଲିପ କୁମାର ସେଠୀ, ପ୍ରଦୀପ କୁମାର ଦାସ, ଶ୍ୟାମଚରଣ ଦାସ, ଦୀପ୍ତିମାନ ଆଚାର୍ଯ୍ୟ, ଅକ୍ଷୟ କୁମାର ମିଶ୍ର, ଜିତାଂଶୁ ନନ୍ଦି, ଅରୁଣ ବେଜ, ସୀତାଂଶୁ ସେନାପତି ପ୍ରମୁଖ କବିତା ପାଠ କରିଥିଲେ । ଏହି ଉତ୍ସବରେ ଜଳେଶ୍ୱରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।