ଜଳେଶ୍ଵର ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳ ଏବଂ ସିଡିଏମଓଙ୍କୁ କୋଭିଡ ଟିକାର ସରଳୀକରଣ କରିବା ପାଇଁ ଦାବିପତ୍ର…

ଜଳେଶ୍ଵର (ସମୃଦ୍ଧ ଓଡିଶା) କରୋନାର ଦ୍ଵିତୀୟ ଲହରୀ ପରେ ତୃତୀୟ ଲହର ନିଶ୍ଚିତ ଆସିବ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞ ଏବଂ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କରି ସାରିଲେଣି । ମାତ୍ର ଟିକାର ଅଭାବ ଯୋଗୁଁ ପର୍ଯ୍ୟାପ୍ତ ଟିକା କରଣ ହୋଇ ପାରୁନାହିଁ । ପୁଣି ଏବେ ଦ୍ବିତୀୟ ଡୋଜକୁ ଅନଲାଇନ୍ ପଞ୍ଜୀକରଣ କରିବା କଥା କୁହାଯାଇଛି । ଗାଁ ଗହଳରେ ନେଟ୍ ନ ରହିବା ଓ ସାଧାରଣ ଲୋକେ ଅନଲାଇନ୍ ପଞ୍ଜୀକରଣ ଜାଣିନଥିବା ଯୋଗୁଁ  ବହୁ ଲୋକ ଟିକାକରଣରୁ ବାଦ୍ ପଡୁଛନ୍ତି । ଏଣୁ ସିପିଆଇ (ଏମ୍) ତରଫରୁ ଦାବି କରୁଛୁ ଯେ –
୧. ଉଭୟ ଅନଲାଇନ୍ ଓ ଅଫଲାଇନରେ ଟିକା ପଞ୍ଜୀକରଣର ବ୍ୟବସ୍ଥା କରାଯାଉ ।
୨. କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପର୍ଯ୍ୟାପ୍ତ ଟିକା ଯୋଗାଇ ଦିଅନ୍ତୁ ।
୩. ଅନଲାଇନ୍ ପଞ୍ଜୀକରଣ ବେଳେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ଲୋକଙ୍କୁ ତାଙ୍କର ସ୍ଥାନୀୟ କେନ୍ଦ୍ର ମାନଙ୍କରେ ଟିକା ଦିଆଯାଉ ।
୪. ତୃତୀୟ ଲହର ଆସିବା ପୂର୍ବରୁ ଜଳେଶ୍ଵରରେ ଏକ କୋଭିଡ ହସ୍ପିଟାଲ ଖୋଲାଯାଉ ।
୫. ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲ ସମେତ ଅନ୍ୟାନ୍ୟ ପିଏଚସିରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ କରାଯାଉ ।
ଏହି ଦାବି ଗୁଡ଼ିକ ତୁରନ୍ତ ପୂରଣ ନ ହେଲେ ସିପିଆଇ (ଏମ୍) ଆନ୍ଦୋଳନ୍ତାମକ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଦିଲ୍ଲୀପ କୁମାର ଗିରି, ଦିପ୍ତିମାନ ଆଚାର୍ଯ୍ୟ, ସରପଞ୍ଚ ଦିଲ୍ଲୀପ ପରିଡ଼ା, ଧନଞ୍ଜୟ ପଲାଇ, କୁଲଦୀପ ଗିରି, ଶ୍ୟାମ ସୁନ୍ଦର ପ୍ରଧାନ, ରମାନାଥ ଗିରି, ଲକ୍ଷ୍ମୀନାରାୟଣ ରଣା ପ୍ରମୁଖ ଉପସ୍ଥିତ ଥିଲେ । 

ରିପୋର୍ଟ : ଭୂପତି ପରିଡା