ଜନ୍ମ ଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ଆନ୍ଧ୍ର ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ…

ବିଜୟୱାଡା (ସମୃଦ୍ଧ ଓଡିଶା) ଜନ୍ମ ଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ଆନ୍ଧ୍ର ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ବି.ସି ବେହେରା । ଆଜି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସଆର ଜଗନମୋହନ ରେଡ୍ଡୀଙ୍କ ଜନ୍ମ ଦିନ ସାରା ରାଜ୍ୟରେ ଆନନ୍ଦ ଉତ୍ସହରେ ଜକଜମକରେ ପାଳନ ହେଉଥିବା ବେଳେ ବିଭିନ୍ନ ପଦାଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫୁଲତୋଳା ଓ ମିଷ୍ଟାନ ଦେଇ ଅଭିନନ୍ଦନ ଜଣାଉଛନ୍ତି । ରାଜ୍ୟର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି । ସେ ତାଙ୍କ ବାର୍ତ୍ତାରେ ପ୍ରଭୁ ଜଗତରନାଥ ଜଗନ୍ନାଥ ଓ ପ୍ରଭୁ ତୁରୁପତି ବାଲାଜୀଙ୍କ ଆଶୀର୍ବାଦ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷା ହେବାକୁ ସେ କାମନା କରିଛନ୍ତି । ତାଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ଆନ୍ଧ୍ରପ୍ରଦେଶର ନେତୃତ୍ୱ ଦୃଢ଼ୀକରଣ କାମନା କରିଛନ୍ତି । ତାଙ୍କର ଗତିଶୀଳ ନେତୃତ୍ୱ ସହିତ ବିକାଶ ଏବଂ ସମୃଦ୍ଧିର ପଥରେ ଆଗେଇବାକୁ ସେ କାମନା କରି ବାର୍ତ୍ତା ପଠେଇ ଛନ୍ତି । ଏହି ବାର୍ତ୍ତା ସହ ରାଜ୍ୟପାଳଙ୍କ ତରଫେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ବି.ସି. ବେହେରା, ରାଜ୍ୟପାଳଙ୍କ ଏଡିସି ଏସ୍.ଭି. ମାଧବ ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ତରଫରୁ ଚିଠି ଏବଂ ଏକ ବୃକ୍ଷରୋପଣ ଉପହାର ପ୍ରଦାନ କରିଥିଲେ ।

ରିପୋର୍ଟ : ସୁଧୀର ପଟ୍ଟନାୟକ