ଛତ୍ରପୁରରେ ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଖୁବଶୀଘ୍ର ଗଞ୍ଜାମ ଜିଲ୍ଲାରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ । ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ (କେଭି)ଦ୍ୱାରା ଜିଲ୍ଲା ମୁଖ୍ୟାଳୟ ଛତ୍ରପୁରଠାରେ ଏହି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏ ବାବଦରେ ନଭେମ୍ବର ୧୨ ତାରିଖ କେଭି ଦ୍ୱାରା ଏକ ଅଫିସ କାର୍ଯ୍ୟାଦେଶ ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ ନୂଆକରି ଛତ୍ରପୁରଠାରେ ଖୋଲିବାକୁ ଥିବା କେଭି ଚଳିତ ୨୦୨୦-୨୧ ଶିକ୍ଷାବର୍ଷରୁ ଆରମ୍ଭ ହେବ । ଏଥିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲାମାନେ ପାଠ ପଢ଼ିପାରିବେ । ତେବେ ଏନେଇ ଆଦେଶ ଦିଆଯିବାର ୩୦ ଦିନ ଭିତରେ ନାମ ଲେଖା ପ୍ରକ୍ରିୟା ଶେଷ ହେବ । ନୂଆ କେଭିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ନାମ ଲେଖାର ସୁବିଧା ଥିବା ବେଳେ ପ୍ରତି ଶ୍ରେଣୀରେ ଗୋଟିଏ ଲେଖାଏଁ ଭାଗ ରହିବ । ଆସନ୍ତା ଦିନରେ ଏଠାରେ ଅଧିକ ଶ୍ରେଣୀଗୃହ ଖୋଲିବାକୁ ଯୋଜନା ରଖାଯାଇଛି । ଏ ବାବଦରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି, ଛତ୍ରପୁରଠାରେ କେଭି ପ୍ରତିଷ୍ଠା ପାଇଁ ଦୀର୍ଘଦିନ ହେବ ଲୋକମାନେ ଦାବି କରୁଥିଲେ । ଆସନ୍ତା ଦିନରେ ଏଠାରେ ଅଧିକ ଶ୍ରେଣୀଗୃହ ଖୋଲିବାକୁ ଯୋଜନା ରଖାଯାଇଛି । ଏ ବାବଦରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି, ଛତ୍ରପୁରଠାରେ କେଭି ପ୍ରତିଷ୍ଠା ପାଇଁ ଦୀର୍ଘଦିନ ହେବ ଲୋକମାନେ ଦାବି କରୁଥିଲେ । କେଭି କମିଶନର ଏନେଇ ଆଗ୍ରହ ଦେଖାଇବା ସହ ଛତ୍ରପୁରଠାରେ ଚଳିତ ଶିକ୍ଷାବର୍ଷରୁ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିବାରୁ ଆମ ସମସ୍ତଙ୍କ ତରଫରୁ ତାଙ୍କୁ ଧନ୍ୟବାଦ । ଆସନ୍ତାଦିନରେ କେଭି କର୍ତ୍ତୃପକ୍ଷ ଏଠାରେ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ନିଯୁକ୍ତି ପ୍ରିକ୍ରିୟାକୁ ତ୍ୱରାନ୍ୱିତ କରିବେ ବୋଲି ଆମର ଆଶା । ମିଳିଥିବା ସୂଚନା ଅନୁସାରେ ଛତ୍ରପୁରରେ ନୂଆକରି ଗଢ଼ିଉଠୁଥିବା କେଭିକୁ ମିଶାଇ ବ୍ରହ୍ମପୁରରେ କେଭି ସଂଖ୍ୟା ୭ରେ ପହଞ୍ଚିଛି । ବ୍ରହ୍ମପୁରର ଆମ୍ବପୁଆ, ମିଲିଠାରୀ ଷ୍ଟେସନ୍ (ଗୋପାଳପୁର), ଆସ୍କା, ଭଞ୍ଜନଗର, ଦିଗପହଣ୍ଡି, ହିଞ୍ଜିଳିଠାରେ କେଭି କାର୍ଯ୍ୟ କରୁଛି । ତେବେ ଛତ୍ରପୁରଠାରେ ନୂଆକରି ହେଉଥିବା କେଭି ପାଇଁ ସଙ୍ଗଠନ ଜମି ଚିହ୍ନଟ କରି ସାରିଥିବା ବେଳେ ଆବାଶ୍ୟକ କାର୍ଯ୍ୟକଳାପ ଓ ଜମି ହସ୍ତାନ୍ତର ପ୍ରକ୍ରିୟା ପରେ ଏଠାରେ ସ୍ଥାୟୀ କୋଠା ନିର୍ମାଣ ହେବ । ଏଥିପାଇଁ ସରକାର ଅର୍ଜିପାଲୀଠାରେ ୧୦ ଏକର ଜମି ହସ୍ତାନ୍ତର କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା