ଚାଷୀଙ୍କ ମୁଣ୍ଡରେ ବ୍ରଜ : ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଖଙ୍କିରା ଗଁଦିଆ ଢେ଼ଙ୍କାନାଳ ଠାରେ ଦେଖାଯାଇଛି ନିରାଶର କୋହ । ସୂଚନା ଥାଉକି ଚଳିତ ଖରୀଫି ଚାଷକୁ ଅନେକ ଚାଷିଙ୍କ ମୁହଁରୁ ହସ ହେଜେଇ ଦେଇଛି । ଚଳିତ ବର୍ଷ ବର୍ଷାକୁ ନେଇ ଭଲ ଅମଳ ହେବ ବୋଲି ଚାଷୀ ମନରେ ଖୁସିର ଲହରୀ ଖେଳିଥିଲା ବେଳେ ଧାନ ଥୋର ବାହାରିବା ବେଳେକୁ ଚାଷୀ ମୁଣ୍ଡରେ ପଡିଛି ଚଡକ । ଅଜଣା ରୋଗ ପୋକ ଆକ୍ରମଣରେ ଅନେକ ଅନେକ ଚାଷୀ ବିଲକୁ ଧାନ କଟିଯିବା ପରିସ୍ଥିତିରେ ନାହାନ୍ତି । ରୋଗ ପୋକର ନିରାକରଣ ପାଇଁ ଚାଷୀମାନେ ଅନେକ ପ୍ରକାର ଔଷଧ ପ୍ରୟୋଗ କଲା ପରେ ବି କୋଣସି ପ୍ରକାରର ସୁଫଳ ମିଳିନାହିଁ ଓ ମିଳୁନାହିଁ । କୃଷି ବିଭାଗରେ ହେଲ୍ପ ଲାଇନି ମାଧ୍ୟମରେ ପରାମର୍ଶ ନେଇ ଔଷଧ ପ୍ରୟୋଗ କରଯାଇଥିଲା କିନ୍ତୁ କୋଣସି କାମ ଦେଉନାହିଁ ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି । ଏହାସହ ଏହି ରୋଗ ପୋକ ବ୍ୟାପିବା ଓ ତାହାର ନିରାକରଣ ପାଇଁ ସରକାର ତଧା ରାଜ୍ୟ ଓ ବ୍ଲକ, ଜିଲ୍ଲା ସ୍ତର ଅଧିକାରୀ ପାଖରେ ଖବର ଅଛନ୍ତି କି ନାହିଁ , ଗଁଦିଆ ବ୍ଲକ କୃଷି ଅଧିକାରୀ କେହି ଅଛନ୍ତି କି ନାହିଁ, ନା କାର୍ଯ୍ୟାଳୟରେ ବସି ଲୋକଙ୍କ ପଇସାରେ ମୋଟା ଦରମା ନେଇ ଘୁଗୁଡି ମାରୁଛନ୍ତି ବୋଲି କୃଷକ ମହଲରେ ପ୍ରଶ୍ନ ଉଠିଛି । ଜିଲ୍ଲାପାଳ ଓ ରାଜ୍ୟ ସରକାର, ରାଜ୍ୟ କୃଷି ବିଭାଗ ଏହି ରୋଗ ପୋକ ଉପରେ ନିରାକରଣ କରିପାରିବା ପାଇଁ ପଦକ୍ଷେପ ନେଇ କ୍ଷେତି ହେଇଥିବା ଚାଷୀଙ୍କୁ କୃଷି ସହାୟତା କରିବା ପାଇଁ କୃଷକ ମହଲରେ ଦାବି ହେଉଛି । ଏଠାରେ ସୂଚନା ଥାଉକି ଖଙ୍କିରା, ଲାଉଳଇ, ବେଗା, ନିହଳପ୍ରସାଦ, ଲେଥକା, ଚଣ୍ଡିଆ ପଞ୍ଚାୟତର ଶହ ଶହ ଏକର ଧନ ରୋଗ ପୋକର ଶିକାର ହେଇଛି । ତେଣୁ ଏହାପ୍ରତି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କୃଷକଙ୍କ ପକ୍ଷରୁ ଦାବି ହେଇଛି । 

ରିପୋର୍ଟ : ଶୁଭମ ପାଣି