ଚକଡା ପୋକର କ୍ଷତିଗ୍ରସ୍ତ ମୃତ ଚାଷୀ ଲକ୍ଷ୍ମିନାରାୟଣ ପରିବାରକୁ ଭେଟିଲେ ଚେଲା କୁମାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକର ବିଭିନ୍ନ ସ୍ଥାନରେ ଚକଡା ପୋକ ଲାଗି ବ୍ୟାପକ ଖରିଫ ଧାନର କ୍ଷତି ଘଟି ଆସୁଥିବା ବେଳେ ଆରୁହା ପଞ୍ଚାୟତର ଶାଳିକୋଠା ଗ୍ରାମର ଲକ୍ଷ୍ମିନାରାୟଣ ଜେନା ବିଷ ପିଇ ଆତ୍ମହତ୍ୟା କରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଅଦ୍ୟାବଧି କୃଷି ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ସମବେଦନା ଜଣାଇ ଅଧିକାରୀ ଲକ୍ଷ୍ମିନାରୟଣର ଘରେ ପହଞ୍ଚିନଥିବା ବେଳେ ଗତ ଶନିବାର ୯ଟାରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ସଂପାଦକ ତଥା ଓଡିଶା ପ୍ରଭାରୀ ଡ. ଚେଲାକୁମାର ତାଙ୍କ ଘରେ ପହଞ୍ଚିଥିଲେ । ଲକ୍ଷ୍ମିନାରାୟଣଙ୍କ ବର୍ତ୍ତମାନରେ ତାଙ୍କ ପତ୍ନୀ କୋକିଳାଠାରୁ ଆତ୍ମହତ୍ୟା ସଂପର୍କରେ ଜାଣି ଡ. ଚେଲାକୁମାର କୋକିଳାଙ୍କ ହାତରେ ୨୫ହଜାର ଏକ ସହାୟତା ପ୍ରଦାନ କରିଥିଲେ । ଓଡିଶା ସରକାର ଚାଷୀ ଓ ଭାଗଚାଷୀମାନଙ୍କ ସ୍ୱାର୍ଥରକ୍ଷା ଲାଗି ବିଶେଷ ଯୋଜନା କାର୍ଯ୍ୟକାରୀ କରିନଥିବା ଜାଣି ଡ. ଚେଲା କୁମାର କ୍ଷୋଭ ପ୍ରକାଶ କରିଥିଲେ । ତାଙ୍କ ସହିତ ଓଡିଶା ସହ ପ୍ରଭାରୀ ବି ରୁଦ୍ର ରାଜୁ, ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ଜିଲା ସଭାପତି ସଞ୍ଜିବ ଗିରି, ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସ, ବ୍ଲକ ସଭାପତି ରାଜିବ ପରିଡା, ନଗର ସଭପତି ଗିରିଜା ଶଂକର ଦାସ, କିଷାନ ସଭାପତି ସୁଦାମ ପାତ୍ର ଓ ଦଳର ବହୁ କର୍ମୀ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା