Breaking News

ଗଞ୍ଜେଇ ଗଛ ଲଗାଇ‌ ଜେଲରେ …

ହାଇଦ୍ରାବାଦ(ସମୃଦ୍ଧ ଓଡିଶା) ନିଜ ଘର ଛାତ ଉପରେ ଗଞ୍ଜେଇ ଗଛ ଲଗାଇ ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ବ୍ୟକ୍ତି ଜଣଙ୍କ ଗଞ୍ଜେଇ ସେବନ କରିବା ପାଇଁ ନିଜ ଛାତ ଉପରେ କିଛି ଗଞ୍ଜେଇ ଗଛ ଲଗାଇଥିଲେ। ଏହି କାରଣ ପାଇଁ ପୋଲିସ ତାଙ୍କୁ ଗିରଫ କରିବା ସହ ୧୦ଟି ଗଞ୍ଜେଇ ଗଛ ଜବତ କରିଛି।ହାଇଦ୍ରାବାଦରୁ ଏପରି ଘଟଣା ସାମ୍ନାକୁ ଆସିଛି। ପୋଲିସ୍‌ କହିଛି ଯେ ସାଇ ରତ୍ନ ବର୍ମା ନାମକ ଜଣେ ବ୍ୟକ୍ତି ତାଙ୍କ ଛାତର ୨୦୦ ଗଜ ଅଞ୍ଚଳରେ ଗଞ୍ଜେଇ ଚାଷ କରିଥିଲେ। ଏହା ସାମ୍ନାକୁ ଆସିବା ପରେ ପୋଲିସ ଟିମ ସେଠାରେ ଚଢ଼ଉ କରି ଗଞ୍ଜେଇ ଗଛକୁ ନଷ୍ଟ କରିବା ସହ ଶ୍ରୀ ବର୍ମାଙ୍କୁ ଗିରଫ କରିଛି।ଗିରଫ ପରେ ଶ୍ରୀ ବର୍ମା ପୋଲିସ୍‌କୁ କହିଛନ୍ତି ଯେ ସେ ଆନ୍ଧ୍ର ପ୍ରଦେଶରୁ ଗଞ୍ଜେଇ ମଞ୍ଜି ଆଣିଥିଲେ। ସେ ନିଜେ ଗଞ୍ଜେଇ ସେବନ କରିବା ପାଇଁ ଏହି ମଞ୍ଜିକୁ ନିଜ ଘରର ଛାତରେ ଲଗାଇଥିଲେ। ସେ କୌଣସି ବ୍ୟବସାୟିକ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଗଞ୍ଜେଇ ଗଛ ଲଗାଇ ନ ଥିଲେ।ପୋଲିସ ଛାତ ଉପରେ ଲାଗିଥିବା ଗଞ୍ଜେଇ ଗଛ ଗୁଡ଼ିକୁ ନଷ୍ଟ କରିବା ସହ ଶ୍ରୀ ବର୍ମାଙ୍କ ପାଖରୁ କିଛି ଗଞ୍ଜେଇ ମଞ୍ଜି ମଧ୍ୟ ଜବତ କରିଛି। ଏନଡିପିଏସ୍‌ ଆକ୍ଟ ଅନୁସାରେ ତାଙ୍କୁ ଗିରଫ କରାଯାଇଛି ।

%d bloggers like this: