ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ସଚ୍ଚିଦାନନ୍ଦ ନାୟକଙ୍କ ଦାୟିତ୍ୱ ଗ୍ରହଣ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଓଡ଼ିଶା ପ୍ରଶାସନିକ ସେବାର ୨୦୦୦ ବେଚ୍ ର ବରିଷ୍ଠ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଏଠାରେ ଥିବା ସୁଦାମ ଚରଣ ମଣ୍ଡଳ ଏମକେସିଜି ମେଡ଼ିକାଲର ପ୍ରଶାସନିକ ଅଧିକାରୀ ଭାବେ ବଦଳି ହୋଇଥିବା ବେଳେ ଏମକେସିଜି ମେଡ଼ିକାଲର ପ୍ରଶାସନିକ ଅଧିକାରୀ ଶ୍ରୀ ନାୟକ ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଛନ୍ତି । ଏଥି ପୂର୍ବରୁ ସେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟ କରି ଆସିଛନ୍ତି । ଏହାସହ ଛତ୍ରପୁର ଅତିରିକ୍ତ ଉପ ଜିଲ୍ଲାପାଳ ଓ ଛତ୍ରପୁର ବିଡ଼ିଓ ଭାବେ ଦାୟିତ୍ଵ ତୁଲାଇ ଛତ୍ରପୁର ଅଞ୍ଚଳର ବିକାଶ ପାଇଁ ତାଙ୍କର ଅବଦାନ ଯଥେଷ୍ଟ ରହିଛି । ଦାୟିତ୍ୱ ଗ୍ରହଣ ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା