କୋଭିଡ କଟକଣା ମଧ୍ୟରେ ପାଳିତ ହେବ ଜିଲ୍ଲା ସ୍ତରୀୟ ସାଧାରଣ ତନ୍ତ୍ର ଦିବସ : ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗୃହ ବିଭାଗ ନିର୍ଦ୍ଦେଶ ପ୍ରକାରେ ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୩ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହେବ । କୋଭିଡ କଟକଣା ଯୋଗୁଁ ବୈଠକ ବଦଳରେ ଆଲୋଚନା କରାଯାଇ, ଚଳିତ ବର୍ଷର ସାଧାରଣ ତନ୍ତ୍ର ଦିବସଟିକୁ ପାଳନ କରିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୂଳଙ୍ଗେ ଆଲୋଚନା କରି ନିର୍ଦେଶ ଦେଇଛନ୍ତି । ଚଳିତ ବର୍ଷରେ ପାଳିତ ହେବାକୁଥିବା ଏହି ଦିବସଟି ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତି ଵିଶେଷ ଓ ପୋଲିସ ବିଭାଗର ମିଳିତ ସହଯୋଗରେ ଏହି ଜାତୀୟ ଦିବସ ଛତ୍ରପୁର ସ୍ଥିତ ପୋଲିସ ପ୍ୟାରେଡ଼ ପଡିଆ ଠାରେ ଅନୁଷ୍ଠିତ ହେବ । ଓ.ଏସ.ଏ.ପି ଅଷ୍ଟମ ବାଟାଲିୟନ, ଏ.ପି.ଆର ଫୋର୍ସ ଏବଂ ପୋଲିସ ହୋମ ଗାର୍ଡଙ୍କ ଦ୍ୱାରା ସମୁଦାୟ ତିନି ଗୋଟି ଦଳ ଏହି ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବେ । ଓ.ଏସ.ଏ.ପି ଅଷ୍ଟମ ବାଟାଲିୟନ ଦଳଙ୍କ ଦ୍ଵାରା ଘୋଷ ବାଦ୍ୟ ପରିବେଷଣ କରାଯାଇ ପ୍ୟାରେଡ଼ ପରିଚାଳନା ହେବ । ଏଥି ସକାଶେ ଚଳିତ ମାସ ୨୨ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୭ ଘଟିକା ଠାରୁ ପ୍ୟାରେଡ଼ ଅଭ୍ୟାସ ଅନୁଷ୍ଠିତ ହେବ । ଏହି ଦିନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ପ୍ରାତଃ ୫ ଘଟିକା ସମୟରେ ଛତ୍ରପୁର ସହରରେ ରାମଧିନ ପରିବେଷଣ ହେବ । ସାଧାରଣ ତନ୍ତ୍ର ଦିବସ ଦିନ ପୂର୍ବାହ୍ନ ୮ ଘଟିକା ୩୦ ମିନଟ ସମୟରେ ମୁଖ୍ୟ ଅତିଥିଙ୍କ ଦ୍ଵାର ପ୍ୟାରେଡ଼ରେ ଜାତୀୟ ପତାକା ଉତ୍ତୋଳନ କରି ଜାତି ଉଦ୍ଧେଶ୍ୟରେ ଅଭିଭାଷଣ ପ୍ରଦାନ କାରିବେ । ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକରେ ଏହି ଦିନ ପୂର୍ବାହ୍ନ ୭ ଘଟିକା ସମୟରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ ପୁର୍ବକ ଜାତୀୟ ପତାକା ଉତ୍ତୋଳନ କାରିବେ । ଏହି ସମସ୍ତ ଅନୁଷ୍ଠାନ ଗୁଡିକରେ ସିମିତ ସଂଖ୍ୟକ ବ୍ୟକ୍ତି ବିଶେଷଙ୍କୁ ନେଇ କୋଭିଡ ନିୟମର ସମ୍ପୂର୍ଣ୍ଣ ପାଳନ ପୁର୍ବକ ଏହି ଜାତୀୟ ଦିବସ ପାଳନ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ପ୍ୟାରେଡ଼ ପଡ଼ିଆର ସଫେଇ, ସେନିଟାଏଜେସନ, ଜଳ ଯୋଗାଣ, ତୋରଣ ନିର୍ମାଣ, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ସିମିତ ଲୋକ ଏବଂ ସାମ୍ବାଦିକଙ୍କ ବସିବା ନିମନ୍ତେ ସୁବ୍ୟବସ୍ଥା, ପ୍ୟାରେଡ଼ ଅଭ୍ୟାସ ଇତ୍ୟାଦି ନେଇ ସମ୍ପୃକ ବିଭାଗୀୟ ଅଧିକାରୀଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଛି । ଆଲୋଚନାରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଅଂଶ ଗ୍ରହଣ କରିଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା