କରୋନା ଯୋଗୁଁ କଟକ ଐତିହାସିକ ବାଲିଯାତ୍ରା ବନ୍ଦ…

କଟକ (ସମୃଦ୍ଧ ଓଡ଼ିଶା) ମହାମାରୀ କରୋନା ଯୋଗୁଁ କଟକ ଐତିହାସିକ ବାଲିଯାତ୍ରାକୁ ଚଳିତବର୍ଷ ବନ୍ଦ କରି ଦିଆଯାଇଛି । ସହରରେ କୋଭିଡ୍ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି । ସେହିପରି ସାମୂହିକ ବୋଇତ ବନ୍ଦାଣ ଉତ୍ସବ ପାଳନ ଉପରେ ମଧ୍ୟ ଜିଲ୍ଲାପାଳ ରୋକ୍ ଲଗାଇଦେଇଛନ୍ତି । ଏପରିକି ଧବଳେଶ୍ୱରରେ ମଧ୍ୟ ବଡ଼ ଓଷା ପାଳନ ହେବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାଠାରୁ ପ୍ରସିଦ୍ଧ ବାଲିଯାତ୍ରା ମହୋତ୍ସବ ମହାନଦୀ ପିଠ ଠାରେ ଆୟୋଜନ କରାଯାଇଥାଏ । ଏହାର ମଜା ନେବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ମଧ୍ୟ ଜମିଥାଏ । କିନ୍ତୁ ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ବର୍ଷ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।