ଓଡିଶା ବିପର୍ଯ୍ୟୟ ପୁନଃରୁଦ୍ଧାର ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା…

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡିଶା ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଜେନା ଗଞ୍ଜାମ ଜିଲ୍ଲା ଗସ୍ତ କରି ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଗତକାଲି ଖଲ୍ଲିକୋଟ, ଗଞ୍ଜାମ ଓ ରଙ୍ଗେଇଲୁଣ୍ଡା ବ୍ଲକରେ କାର୍ଯ୍ୟକାରିତା ହୋଇଥିବା ଓଡିଶା ବିପର୍ଯ୍ୟୟ ପୁନଃରୁଦ୍ଧାର ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀଜେନା ଯୋଜନା ସଂପର୍କିତ କାର୍ଯ୍ୟକାରିତା ବିଷୟରେ ପଚାରି ବୁଝି ଜଣାଇଥିଲେ ଯେ, ଯୋଜନାର ନିର୍ଦ୍ଦେଶନାମା ପ୍ରକାରେ ହିତାଧିକାରୀମାନଙ୍କୁ ଅର୍ଥ ପ୍ରଦାନ କରନ୍ତୁ । ଯଦ୍ୱାରା ସେମାନେ ଠିକ୍ ସମୟରେ ନିଜ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିପାରିବେ । ଅଧୀକାରୀ ଗଣ ବ୍ୟକ୍ତିଗତ ଭାବେ ଏହାର ଅଗ୍ରଗତି ଓ ସହାୟକ ଗୁଡିକ ପରିଚାଳନା କରନ୍ତୁ ତେବେ ଯାଏଁ କୌଣସି ସମସ୍ୟା ଦେଖାଯିବ ନାହିଁ । ତିନିମାସ ମଧ୍ୟରେ ଘରକାମ ଶେଷ କରିଥିବା ହିତାଧୀକାରୀ ମାନଙ୍କୁ ଯେଉଁ ପ୍ରୋତ୍ସାହନ ରାଶି ଦିଆଯାଇ ସେମାନଙ୍କ ସ୍ଥାନାନ୍ତର ପ୍ରକ୍ରିୟା ରହିଛି ତାହା ଯେମିତି ଠିକ୍ ସମୟରେ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ଓ ସଂପୃକ୍ତ ହିତାଧିକାରୀ ଉକ୍ତ ଗୃହରେ ରହିବା ଦିଗରେ ସୁନିଶ୍ଚିତ କରାନ୍ତୁ । ବିଶ୍ୱବ୍ୟାଙ୍କ ସହାୟତାରେ କରାଯାଇଥିବା ସମସ୍ତ ଯୋଜନାର ଡକ୍ୟୁମେଂଟ ଠିକ୍ କରି ରଖିବାକୁ ପରାମର୍ଶ ଦେଇଥିଲେ । ବିନିଯୋଗ ସମସ୍ତ ଅର୍ଥ ସଂପୃକ୍ତ ଅଡିଟର ସଂସ୍ଥା ଦ୍ୱାରା ଅଡିଟ୍ କରାଯାଇ ସରକାରୀ ଅର୍ଥର ସୁବିନିଯୋଗ ଦିଗରେ ଯାଂଚ କରାଯିବ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁ, ଓଡିଶା ବିପର୍ଯ୍ୟୟ ପୁନଃରୁଦ୍ଧାର ପ୍ରକଳ୍ପ ଜିଲ୍ଲା ସ୍ତରିୟ ଅଧିକାରୀ ଡଃ ବିଜୟାନନ୍ଦ ସେଠୀ, ଜିଲ୍ଲା ଜରୁରୀକାଳୀନ ଅଧୀକାରୀ ଡଃ ଦିବ୍ୟଲୋଚନ ମାହନ୍ତ, ଗଞ୍ଜାମ ଜିଲ୍ଲା ଓସଡୋମାର ଡିପିଏମ୍ ପ୍ରଭୁୁପ୍ରସାଦ ମହାରଣା, ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧୀକାରୀ ଓ ସଂପୃକ୍ତ ବିଭାଗୀୟ ଅଧୀକାରୀଗଣ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା