ଓଡିଆ ବ୍ରାହ୍ମଣ କଲ୍ୟାଣ ସଙ୍ଘର ବନୋ ମହୋତ୍ସବରେ ଡ଼ା.ତିରୁପତି ପାଣିଗ୍ରାହୀ…

ବିଶାଖାପାଟଣା (ସମୃଦ୍ଧ ଓଡିଶା) ଓଡିଆ ବ୍ରାହ୍ମଣ କଲ୍ୟାଣ ସଙ୍ଘର ବନୋ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହାଇଟେକ ମେଡିକାଲ କଲେଜ ଓ ରିସର୍ଚ୍ଚ ଅନୁଷ୍ଠାନର ସଭାପତି ତଥା ଶିକ୍ଷାବିତ ଡ଼ା.ତିରୁପତି ପାଣିଗ୍ରାହୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ମୋହନ ରେଡ୍ଡୀଙ୍କ ବ୍ରାହ୍ମଣ କଲ୍ୟାଣ ବିକାଶ ନିମନ୍ତେ ତାଙ୍କ ଅବଦାନକୁ ଭୁୟସି ପ୍ରଶସା କରିଛନ୍ତି । ବ୍ରାହ୍ମଣ କଲ୍ୟାଣ ନିଗମର ଅଧ୍ୟକ୍ଷ ସୀତାମାରଜୁ ସୁଧାକର ତାଙ୍କ ବକ୍ତବ୍ୟରେ ନିଗମର ବିଭିନ୍ନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଶିବାଜୀ ପାଣିଗ୍ରାହୀଙ୍କ ସମେତ ଟିଆରଏସ ପ୍ରସାଦ ଅବସରପ୍ରାପ୍ତ ଏଏସପି, ଆକାରମଣୀ ବିଜୟ ନିର୍ମଳା, ସୁନୀଲ ମାହାନ୍ତି, ଶ୍ରୀମତୀ କୋଲରୁମଣିମାଳା, ଡ଼ ତିରୁମାଳା ପ୍ରସାଦ ପ୍ରମୁଖ ଅତିଥିମାନେ ଉଦବୋଧନ ଦେଇଥିଲେ । ଅନନ୍ୟ ଅତିଥିମାନଙ୍କ ମଧ୍ୟରେ ସଙ୍ଘର ଲିଗାଲ ଏଡ଼ଭାଇଜର ତଥା ସମୃଦ୍ଧ ଓଡିଶା ଖବର କାଗଜର ସମ୍ପାଦକ ସୁଧିର କୁମାର ପଟ୍ଟନାୟକ, ସଙ୍ଘର ଉପସଭାପତି ରମେଶ ଚନ୍ଦ୍ର ସାହୁ ଯୋଗ ଦେଇ ଥିବାବେଳେ ମୁଖ୍ୟ ଅତିଥି ଡ଼ା ପାଣିଗ୍ରାହୀ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ସଭା ଉଦଘାଟିତ କରିଥିଲେ । ଓଡିଆ ବ୍ରାହ୍ମଣ କଲ୍ୟାଣ ସଂଘର ସଭାପତି ଭାଲଭ ପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବନୋ ମହୋତ୍ସବରେ, ପ୍ରେସିଡେଣ୍ଟ ବିଜୟ କୁମାର ଅଧିକାରୀ, ଉପସଭାପତି ନରସିଂହ ସାହୁ, ସାଧାରଣ ସମ୍ପାଦକ ରାଜୁ ନାରାୟଣ ପାଣିଗ୍ରାହି, କୋଷାଧ୍ୟକ୍ଷ ସନ୍ତୋଷ ପାଢୀ, ସଂଗଠକ ସଚିବ ନରେଶ ପାତ୍ର, ସଚିବ ବଳରାମ ପାଢ଼ି, ମୁରଲୀ ସାହୁ, ଶ୍ରୀନିବାସ ପାତ୍ର, ଇତ୍ୟାଦିଙ୍କ ସଯୋଜନାରେ ଏହି ବନମହୋତ୍ସବ ଅନୁଷ୍ଠିତ ହୋଇଥିଲା | ଏହି ବନୋମହୋତ୍ସବ ବିଶାଖାପାଟଣା ସ୍ଥିତ ଆରିଲୋଭା ନିକଟସ୍ଥ ମୁଦରଶୋଲଭା ବଣରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶାଖାପାଟଣା ଓ ଶ୍ରୀକାକୁଲମ ଜିଲ୍ଲାର ସମସ୍ତ ବ୍ରାହ୍ମଣ ସଭ୍ୟମାନେ ଯୋଗ ଦେଇଥିଲେ । ପ୍ରସାଦ ସେବନ ସହିତ ସନ୍ଧ୍ୟା ଯାଏ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଧାରଣ ସମ୍ପାଦକ ରାଜୁ ନାରାୟଣ ପାଣିଗ୍ରାହି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।