Breaking News

ଓଡ଼ିଆ ମାଧ୍ୟମ ଉଚ୍ଚ ବିଦ୍ୟାଳୟ ପ୍ରାକ୍ତନ ଛାତ୍ରୀ ଥେପ୍ଲିନ ସାହୁଙ୍କର ୨୦୧୯ ମସିହା ଓ.ଏ.ଏସ ପରୀକ୍ଷାରେ ସଫଳତା…

  • ସମୃଦ୍ଧ ଓଡିଶା
  • October 13, 2021
  • Comments Off on ଓଡ଼ିଆ ମାଧ୍ୟମ ଉଚ୍ଚ ବିଦ୍ୟାଳୟ ପ୍ରାକ୍ତନ ଛାତ୍ରୀ ଥେପ୍ଲିନ ସାହୁଙ୍କର ୨୦୧୯ ମସିହା ଓ.ଏ.ଏସ ପରୀକ୍ଷାରେ ସଫଳତା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଅଗ୍ରଣୀ ଶିକ୍ଷାନୁଷ୍ଠାନ ମଣିଦେବୀ ଉଚ୍ଚ ବିଦ୍ୟାଳୟ, (ଓଡ଼ିଆ ମାଧ୍ୟମ) ଗଦାଶିଳା, ଢେଙ୍କାନାଳର ପ୍ରାକ୍ତନ ଛାତ୍ରୀ ଥେପ୍ଲିନ ସାହୁଙ୍କର ୨୦୧୯ ମସିହା ଓଡ଼ିଶା ପ୍ରଶାସନିକ ସେବା(ଓ.ଏ.,ଏସ) ପରୀକ୍ଷାରେ ସମଗ୍ର ଓଡ଼ିଶାରେ ୨୭ ତମ ସ୍ଥାନ ହାସଲ କରି ଅଭୂତପୂର୍ବ ସଫଳତା ପାଇ ପାରିଛନ୍ତି । ଏହି ବିରଳ ସଫଳତା ପାଇଁ ମଣିଦେବୀ (ଓଡ଼ିଆ ମାଧ୍ୟମ) ଉଚ୍ଚ ବିଦ୍ୟାଳୟ, ଗଦାଶିଳା, ଢେଙ୍କାନାଳର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ବୃନ୍ଦ, ପରିଚାଳନା କମିଟିର ସଦସ୍ୟା, ସଦସ୍ୟ ବୃନ୍ଦ, ପୂର୍ବତନ ଛାତ୍ରଛାତ୍ରୀ ବୃନ୍ଦ ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ଏହି ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ଥେପ୍ଲିନ ସାହୁଙ୍କୁ ଅନେକ ଅନେକ ଅଭିନନ୍ଦନ, ଢ଼େର ସାରା ଶୁଭେଛା ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅଜସ୍ର ଶୁଭକାମନା ଜଣାଇବା ସଙ୍ଗେ ସଙ୍ଗେ ଏହି ସଫଳତା ଓଡ଼ିଶା ରାଜ୍ୟର ଅନ୍ୟାନ୍ୟ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଗୁଡ଼ିକ ପାଇଁ ଏକ ବଳିଷ୍ଠ ଉଦାହରଣ ଓ ପ୍ରେରଣାର ଉତ୍ସ ହୋଇପାରିବ ବୋଲି ଦୃଢ଼ ମତପୋଷଣ କରିଛନ୍ତି ବୋଲି ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ, ଜିଲ୍ଲା ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ଜଣାଇଛନ୍ତି ।

%d bloggers like this: