ଓଡ଼ିଆ ବ୍ରାହ୍ମଣ ୱେଲଫର ଆସୋସିଏସନର ସାଧାରଣ ଅଧିବେଶନରେ କ୍ୟାଲେଣ୍ଡର ଉନ୍ମୋଚନ…

ବିଶାଖାପାଟଣା (ସମୃଦ୍ଧ ଓଡିଶା) ବିଶାଖାପାଟଣାରେ ୨୦୧୬ ସେପ୍ଟେମ୍ବର ୫ ତାରିଖରୁ ସଂଗଠିତ ହୋଇଥିବା ଓଡ଼ିଆ ବ୍ରାହ୍ମଣ ୱେଲଫର ଆସୋସିଏସନର ଗତକାଲି ସାଧାରଣ ଅଧିବେଶନରେ ଚଳିତ ବର୍ଷର କ୍ୟାଲେଣ୍ଡର ଉନ୍ମୋଚନ ହୋଇଯାଇଛି । ଏହି ଅଧିବେଶନ ଚିନାୱାଲଟର ଯାଦବ କୁଳ କଲ୍ୟାଣୀ ମଣ୍ଡପରେ ବଲ୍ଲବ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପୁରୁଣା କମିଟି ନୂଆ କମିଟିକୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଆଗାମୀ ବର୍ଷ ପାଇଁ ନୂଆ କମିଟିର ସଂଘର ସଭାପତି ରୂପେ ବିଜୟ କୁମାର ଅଧିକାରୀ ଚୟନ ହୋଇଥିବା ବେଳେ ସମ୍ପାଦକ ଭାବେ ରାଜୁ କୁମାର ପାଣିଗ୍ରାହୀ ଚୟନ ହୋଇଥିଲେ । ଉପସଭାପତି ରୂପେ ନରସିଂହ ସାହୁ ଚୟନ ହୋଇଥିବା ବେଳେ ପ୍ରବୀଣ କୁମାର ସାହୁ ଓ ସନ୍ତୋଷ କୁମାର ପାଢ଼ୀ କୋଷାଧ୍ୟକ୍ଷ ରୂପେ ଚୟନ ହୋଇଥିଲେ । ଆଇନଜୀବୀ ସୁଧୀର କୁମାର ପଟ୍ଟନାୟକ ଆଇନଗତ ପରାମର୍ଶ ଦାତା ହିସାବରେ ଚୟନ ହୋଇଥିଲେ । ମୁରଲୀ ସାହୁ, ପ୍ରଶାନ୍ତ କୁମାର ନାୟକ, କୃଷ୍ଣ ଚନ୍ଦ୍ର ପଣ୍ଡା, ସୁଧୀର ପଣ୍ଡା, ଶ୍ରୀନିବାସ ପାତ୍ର, ରାଜେନ୍ଦ୍ର ଚୌଧୁରୀ, ରବିତେଜା ପ୍ରମୁଖ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ରୂପେ ଚୟନ ହୋଇଥିଲେ । ଏହି ସାଧାରଣ ଅଧିବେଶନରେ ସ୍ଥାନୀୟ ପୂର୍ବତନ କର୍ପୋରେଟର ଜି.ଏମ. ଘୋଷ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।