ଏସ.ଏସ.ଜି ଗ୍ରୁଫ ମହିଳାମାନଙ୍କ ନିମନ୍ତେ ଖୋଲିବ ଉତ୍କଳ ଗ୍ରାମୀଣ ଷ୍ଟୋର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଏସ.ଏସ.ଜି ଗ୍ରୁପ ମହିଳାମାନଙ୍କ ପାଇଁ ପ୍ରତ୍ୟେକ ଗାଁ ମାନଙ୍କରେ ଖୋଲିବ ଉତ୍କଳ ଗ୍ରାମ୍ୟଣ ଷ୍ଟୋର । ଏସ.ଏସ. ଜି ଗ୍ରୁପର ମହିଳାମାନେ ଯେଉଁ ସବୁ ଜିନିଷ ପ୍ରସ୍ତୁତି କରିବେ ସେହି ସାମଗ୍ରୀକୁ ଏହି ଦୋକାନ ଦ୍ୱାରା ବିକ୍ରି କରିବେ । ଯାହାଫଳରେ ସାମଗ୍ରୀ ବିକ୍ରି କରିବା ପାଇଁ କୌଣସି ବାହାରେ ସ୍ଥାନକୁ ଯିବାକୁ ପଡିବ ନାହିଁ । ସିଧାସଳଖ ଲାଭ ପାଇବେ ମହିଳା ମାନେ ଗ୍ରାମ ଅଞ୍ଚଳର ମହିଳାମାନଙ୍କୁ ଏବଂ ବେକାରୀ ଯୁବକଙ୍କୁ ରୋଜଗାରକ୍ଷମ କରାଇବା ନେଇ ଆଗେଇ ଆସିଛି ବାଇରିସନ୍ସ ଅଗ୍ରୋ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡ୍ କମ୍ପାନୀ । ଆଜି ବ୍ରହ୍ମପୁର ପ୍ରେମ ନଗର ସ୍ଥିତ ଜାତ୍ୟୟ ସଂଗୀତ କଳା କେନ୍ଦ୍ର ନିକଟରେ ଏକ ସାମ୍ବାଦିକ ସମିଳନୀରେ କହିଛନ୍ତି କମ୍ପାନୀ ପରିଚାଳକ ବାକି ବଇରୀ ରେଡ଼ୀ । ଏହି କାର୍ଯ୍ୟକ୍ରମ ପାଇଁ ଓଡିଶା ବାହାର ରାଜ୍ୟ କୌଣସି ବ୍ୟକ୍ତିଙ୍କୁ ନିୟୋଜିତ ନ କରାଯାଇ ଓଡିଶା ହିଁ ଲୋକମାନେ ନିଜ ଅଞ୍ଚଳରେ ରହି ନିଜର ରୋଜଗାର କରିପାରିବେ ଆସନ୍ତା ୨୦ ତାରିଖ ଦିନ ନାବଡ୍ରର ଚେୟାରମ୍ୟାନ ଚିନ୍ତଲ୍ ଗଜୁଲ ଗୋବିନ୍ଦମ୍ ଭାଚୁଆଲ ମୋଡ଼ ଉଦଘାଟନ କରିବା ରହିଥିବା କମ୍ପାନୀ ପକ୍ଷରୁ ସୂଚନା ମିଳିଛି ।ତେବେ ଏହି ଷ୍ଟୋର ଗୁଡିକର ଯାହା ଲାଭ ହେବ ସେଥି ମଧ୍ୟରୁ ୨୫ ପ୍ରତିସତ ଅର୍ଥ କମ୍ପାନୀ ନେବ କମ୍ପାନୀ ପକ୍ଷରୁ ହେଉଥିବ ଖର୍ଚ୍ଚ ବହନ ପାଇଁ ଏହି ଅର୍ଥ ନିଆଯିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା