ଉଦ୍‌ଘାଟିତ ହେଲା ଗୋପାଳପୁର ବନ୍ଦର ଦ୍ୱାରା ଉଦ୍ଦିଷ୍ଟ ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ କେନ୍ଦ୍ର ଟାକିରିଆ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସମ୍ପ୍ରଦାୟର ଉନ୍ନତ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ସୁନିଶ୍ଚିତ କରିବା ପାଇଁ ଗୋପାଳପୁର ବନ୍ଦର ଲିମିଟେଡ୍ (ଜିପିଏଲ୍) ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱ ବୋଧ (ସିଏସ୍ଆର୍) ୱିଙ୍ଗ୍ ଅଧୀନରେ ଏକ ନୂତନ ନିର୍ମିତ ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ କେନ୍ଦ୍ର ବୁଧବାର କଣମଣା ପଞ୍ଚାୟତର ଟାକିରିଆ ନିକଟରେ ଲୋକାର୍ପିତ ହୋଇଯାଇଛି । ଏଥିରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ), କ୍ୟାପଟେନ ସନ୍ଦୀପ ଅଗ୍ରୱାଲଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି କେନ୍ଦ୍ରର ଉଦ୍‌ଘାଟନ ପୂର୍ବକ ଜିଲ୍ଲାପାଳ କହିଛନ୍ତି ଯେ, ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ କେନ୍ଦ୍ର ଗାଁ ଓ ଆଖପାଖ ଗାଁର ବାସିନ୍ଦା ତଥା ନିକଟସ୍ଥ ହାମଲେଟର ଲୋକଙ୍କ ଆବଶ୍ୟକତା ଅଟେ । ନିକଟସ୍ଥ ଗ୍ରାମଗୁଡିକର ସମସ୍ତ ବୟସ ବର୍ଗର ଲୋକମାନେ ଏହି ସ୍ୱାସ୍ଥ୍ୟ ଯାଞ୍ଚ କେନ୍ଦ୍ରରୁ ଉପକୃତ ହେବେ । ଉଦ୍‌ଘାଟନୀ ସମାରୋହରେ ଯୋଗଦେଇ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ (ସିଇଓ) କ୍ୟାପଟେନ ସନ୍ଦୀପ ଅଗ୍ରୱାଲ କହିଛନ୍ତି, “ଆମ ସିଏସଆର ପ୍ଲାଟଫର୍ମ ଅଧୀନରେ ସମ୍ପ୍ରଦାୟକୁ ଯୋଗଦାନ କରି ଆମେ ଖୁସି ଅଟୁ । ଏକ ସୁସ୍ଥ ସମାଜ ଏବଂ ଜୀବନଶୈଳୀ ଗଠନ ଦିଗରେ ସ୍ୱାସ୍ଥ୍ୟ ଶିବିର ଆମର ପଦକ୍ଷେପ ଏବଂ ସମର୍ଥନ” ରହିଛି । ସ୍ୱାସ୍ଥ୍ୟ ସେବାରେ ମାଗଣା ନିରାକରଣ ଏବଂ ଚେକଅପ୍, ଚିକିତ୍ସା, ପରାମର୍ଶ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଗ୍ରାମବାସୀଙ୍କୁ ସଚେତନତା ଅନ୍ତର୍ଭୁକ୍ତ । ଏହାବ୍ୟତୀତ ରେଫରାଲ ମାମଲାଗୁଡ଼ିକ ନିକଟସ୍ଥ ସରକାରୀ ଡାକ୍ତରଖାନା ଗୁଡ଼ିକରେ ଚିକିତ୍ସା ପାଇବ । ବିଶେଷଜ୍ଞଙ୍କ ସହ ପରାମର୍ଶ ସହିତ ଏହା ସମସ୍ତ ବୟସ ବର୍ଗଙ୍କୁ ସମସ୍ତ ଜରୁରୀ ସେବା ଯୋଗାଇ ଦେବ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଗୋପାଳପୁର ବନ୍ଦର ପେରିଫେରାଲ୍ ଅଞ୍ଚଳର କଣମଣା ଓ ଆର୍ୟ୍ୟପଲ୍ଲୀ ପଞ୍ଚାୟତ ଅଞ୍ଚଳର ଗ୍ରାମଗୁଡିକର ୧୦ ହଜାରରୁ ଉର୍ଦ୍ଧ୍ବ ପରିବାରର ଜନସଂଖ୍ୟାକୁ ସେବା କରିଥାଏ । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଣମଣା ସରପଞ୍ଚ ଏସ୍ ଚକ୍ରପାଣି ରେଡ୍ଡି, ସମିତି ସଭ୍ୟା ରଶ୍ମିତା ବେହେରା, ବନ୍ଦର ମେଡିକାଲ ଅଧିକାରୀ ଡାକ୍ତର ସୁବାଷ ଚନ୍ଦ୍ର ସାହୁଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ତଥା ଅନ୍ୟ ବନ୍ଦର ଅଧିକାରୀମାନେ ଉପସ୍ଥିତ ଥିଲେ । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା