Breaking News

ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, ଢେଙ୍କାନାଳ ଶାଖା ପକ୍ଷରୁ ମହାନ ଆଦି ଭାଷା ସଂସ୍କୃତ ଦିବସ ପାଳିତ…

  • ସମୃଦ୍ଧ ଓଡିଶା
  • September 12, 2021
  • Comments Off on ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, ଢେଙ୍କାନାଳ ଶାଖା ପକ୍ଷରୁ ମହାନ ଆଦି ଭାଷା ସଂସ୍କୃତ ଦିବସ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ବଳଦିଆବନ୍ଧ ସ୍ଥିତ ଗୌରାଙ୍ଗ ଚରଣ ବିଦ୍ୟାପୀଠ ପରିସରରେ ସମସ୍ତ କୋଭିଡ୍-୧୯ ନିୟମ ଅନୁପାଳନ ସହିତ ‘ସଂସ୍କୃତ ଦିବସ ସମାରୋହ ‘ଡକ୍ଟର ନିରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇ ଯାଇଅଛି । ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ, ଧୂପ ଓ ନୈବେଦ୍ୟ ଅର୍ପଣ ଡଃ ଦାଶଙ୍କ ଦ୍ଵାରା, ଡକ୍ଟର ଅନୁପମା ମିଶ୍ରଙ୍କ ମଙ୍ଗଳାଚରଣ ଓ କତିପୟ ସଂସ୍କୃତ ଗୀତିକାଗାନ, ପଣ୍ଡିତ ଶତ୍ରୁଘ୍ନ ବେହେରାଙ୍କ ସୁମଧୁର ଜଗନ୍ନାଥ ଜଣାଣଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପଣ୍ଡିତ ସନ୍ତୋଷ ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପଣ୍ଡିତ ଉପେନ୍ଦ୍ର କୁମାର ପଣ୍ଡା, ପଣ୍ଡିତ ବୈକୁଣ୍ଠ ସାହୁ, ପଣ୍ଡିତ ଉଦୟ ନାଥ ପତି, କାର୍ଯ୍ୟକାରୀ ସଭାପତି ପଣ୍ଡିତ ଡ଼ଃ ନିରଞ୍ଜନ ଦାଶ ଓ ସମ୍ପାଦକ ପଣ୍ଡିତ ଟୁଟୁ ମିଶ୍ର ବିଶ୍ୱର ସମସ୍ତ ଭାଷାର ଜନନୀ, ଦେବଭାଷା, ପବିତ୍ର, ମହାନ ସଂସ୍କୃତ ଭାଷାର ମହତ୍ତ୍ଵ, ଗୁରୁତ୍ୱ,ଗାରିମା ଏବଂ ସଂସ୍କୃତ ଶିକ୍ଷକଙ୍କ ଏକତା ଉପରେ ଓଜସ୍ଵିନୀ ଭାଷଣ ପ୍ରଦାନ କରିଥିଲେ । ଢେଙ୍କାନାଳ ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ପ୍ରଥମକରି ଛାତ୍ର ଛାତ୍ରୀ ମାନଙ୍କୁ ସଂସ୍କୃତାନୁରାଗୀ ହେବା ପାଇଁ ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ଶତପ୍ରତିଶତ (୧୦୦ ରୁ ୧୦୦) ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଶଂସାପତ୍ର, ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ବାରଦାର ଛାତ୍ର ଶ୍ରୀମାନ ପିନାକୀ ମିଶ୍ର, ବଳରାମ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ପୂର୍ବୀ ପୂର୍ଣ୍ଣିମା ସାହୁ, ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଛାତ୍ର ଓଁକାର ମାଝି, ଛାତ୍ରୀ ନୂତନ ଜ୍ୟୋତି ସାହୁ, ଛାତ୍ରୀ ଓଁ ପ୍ରିୟା ସାହୁ, ଛାତ୍ରୀ ରିନୁ ବେହେରା, ଛାତ୍ରୀ ସ୍ୱାତି ମଲ୍ଲିକ, ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ଆଗାମୀ ଦିନରେ ବଳବତ୍ତର ରହିବାକୁ ପଣ୍ଡିତ ଉପେନ୍ଦ୍ର କୁମାର ପଣ୍ଡା ଏ ବାବଦରେ ୧୦,୦୦୦ ଟଙ୍କା ପ୍ରଦାନ କରିବାକୁ ପ୍ରତିଶୃତି ଦେଇ ସଂସ୍କୃତ ପ୍ରତି ତାଙ୍କର ମମତ୍ତ୍ୱକୁ ପରିପୁଷ୍ଟ କରିବା ସହିତ ଉପସ୍ଥିତ ସମସ୍ତ ପଣ୍ଡିତ ମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇ ପାରିଥିଲେ । ଅବସରପ୍ରାପ୍ତ ପଣ୍ଡିତ ଡକ୍ଟର ନିରଞ୍ଜନ ଦାଶ, ବୁଦ୍ଧଦେବ ସାହୁ, ସୁଧାକର ନାୟକ, ଗୋପବନ୍ଧୁ ମିଶ୍ର ଓ ଦିବାକର ରଣା ମହୋଦୟଙ୍କୁ ମାନପତ୍ର, ଉପଢୌକନ ଏବଂ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ବର୍ଦ୍ଧିତ କରଯାଇଥିଲା । ସମ୍ପାଦକ ପଣ୍ଡିତ ଟୁଟୁ ମିଶ୍ର ସଂପାଦକୀୟ ବିବରଣୀ ପ୍ରଦାନ କରିବାକୁ ଯାଇ ଜିଲ୍ଲା ମଧ୍ୟରେ ଦ୍ବେଷ ରହିତ ହୋଇ ସଂଘୀୟ ମନୋବୃତ୍ତିକୁ ଅତୁଟ ରଖିବାକୁ ଦୃଢ଼ ଆହ୍ବାନ ଦେଇଥିଲେ । ପଣ୍ଡିତ ପ୍ରହଲ୍ଲାଦ ମିଶ୍ର ତାଙ୍କର ଧନ୍ୟବାଦ ଅର୍ପଣ ସମୟରେ ଜିଲ୍ଲାର କୋଣ ଅନୁକୋଣରୁ ପଣ୍ଡିତମାନଙ୍କର ସମାଗମ ସଭାକୁ ମର୍ଯ୍ୟାଦାବନ୍ତ କରି ଗଢି ତୋଳିଥିବାର ମତ ପ୍ରକାଶ କରିଥିଲେ ବୋଲି ଜଣାଇଛନ୍ତି ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, ଢେଙ୍କାନାଳ ଶାଖା ସମ୍ପାଦକ ପଣ୍ଡିତ ଟୁଟୁ ମିଶ୍ର ।

%d bloggers like this: