ଆନ୍ଧ୍ରରେ ଲକଡାଉନ ସମ୍ପୂର୍ଣ୍ଣ କୋହଳ : ସକାଳୁ ସକାଳୁ ମଦ ପାଇଁ ପ୍ରବଳ ଲାଇନ…

ବିଶାଖାପାଟଣା (ସମୃଦ୍ଧ ଓଡିଶା) ମଇ ୩ ତାରିଖରେ ଲକଡାଉନ ସାରିବା ଅବଧି ରହିଥିଲା । କିନ୍ତୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଆଉ ୨ସପ୍ତାହ ବଢ଼ାଇ ମଇ ୧୭ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକଡାଉନ ରହିବ ବୋଲି ଘୋଷଣା କଲେ । ଗତକାଲି ରାଜ୍ୟରେ ଜିଲ୍ଲାପାଳମାନେ ଲକଡାଉନ ଆଗାମୀ ୨ ସପ୍ତାହ କଡାକଡି ଭାବେ ପାଳନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ କଲେ । କିନ୍ତୁ ଆଜି ଦେଖିବାକୁ ମିଳୁଛି ଲକଡାଉନ ଆଜିଠୁ ଉଠିଗଲା ଭଳି । ଦୋକାନ ବଜାର ସବୁ ଖୋଲା ରହିଛି । ଗାଡି ମୋଟର ସବୁ ଚାଲୁଛି । ସାମାଜିକ ଦୂରତ୍ୱ କେହି ମାନୁନାହାନ୍ତି । ସତେ ଯେମିତି କରୋନା ଭୟ ଆଉ ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହି ଯେ ମଦ ଦୋକାନରେ ପ୍ରବାଳ ଭିଡ ଲାଗିରହିଛି । ପ୍ରତ୍ୟେକ ମଦ ଦୋକାନରେ କିଲୋମିଟର ଯାଏଁ ଲମ୍ବା ଲାଇନ ଲାଗି ରହିଛି ଏପରିକି ମହିଳାମାନେ ମଧ୍ୟ ଏଥିରୁ ବାଦ ପଡି ନାହାନ୍ତି । ବିଜୟୱାଡା, ରାଜମହେନ୍ଦ୍ରୀ ଓ ବିଶାଖାପାଟଣା ଆଦି ସହରରେ ମଦ ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ବିଶାଖାପାଟଣାର ମୁଖ୍ୟ ରାସ୍ତା ଉପରେ ମଦ କିଣିବା ପାଇଁ ବଡ ବଡ଼ ବ୍ୟାଗ ଧରି ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି । ନିମ୍ନପ୍ରଦତ୍ତ ଫୋଟ ଓ ଭିଡିଓକୁ ଦେଖିଲେ ସହଜରେ  ଜାଣି ହେବ । ପ୍ରକାଶ ଯୋଗ୍ୟ ଯେ, କେନ୍ଦ୍ର ସରକାର ଆଜି ଠାରୁ ମଦ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର ଆଜି ଠାରୁ ମଦ ଦୋକାନ ଖୋଲିବ ପାଇଁ ଗତକାଲି ନିର୍ଦ୍ଦେଶ ଦେଇଥିଲେ । ସେଥିପାଇଁ ଆନ୍ଧ୍ରର ସବୁ ସହରରେ ମଦ ଦୋକାନ ଖୋଲାଯାଇଥିବା ବେଳେ ବିଶାଖାପାଟଣା ସହରରେ ଥିବା ସମସ୍ତ ମଦ ଦୋକାନ ଖୋଲା ଯାଇଛି । ଫଳରେ ମଦ କିଣିବା ପାଇଁ ଲୋକମାନେ ବ୍ୟାଗ ଧରି କିଭଳି ଭାବରେ ଲମ୍ବା ଲାଇନରେ ରହିଛନ୍ତି ତାହା ଦେଖିବା କଥା । ପାଖାପାଖି ୧୦୦୦ ମିଟର ଦୂରତା ପର୍ଯ୍ୟନ୍ତ ଧାଡ଼ି ବାନ୍ଧି ଲୋକ ଲାଇନରେ ଥିବା ଦେଖିବାକୁ ମିଳୁଛି । ଏପରିକି ଜିନ ପେଣ୍ଟ ପିନ୍ଧା ଝିଅମାନେ ମଧ୍ୟ ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି । ଏଥିରେ କୌଣସି ପ୍ରକାରର ସାମାଜିକ ଦୂରତ୍ୱ ଦଖିବାକୁ ମିଳୁ ନାହିଁ । ପୋଲିସ ଅଛି କିନ୍ତୁ ଲୋକେ ଶାନ୍ତି ଶୃଙ୍ଖଳାରେ ଲମ୍ବା ଧାଡିରେ ଠିଆ ହୋଇ ମଦ କିଣୁଛନ୍ତି ।ବିଶାଖାପାଟଣା ପୌରସଂସ୍ଥା ତଥା ଆରଟିସି ବସଷ୍ଟାଣ୍ଡ (କମ୍ପ୍ଲେକ୍ସ) ମଧ୍ୟରେ ଥିବା ଦୁଇଟି ଏବଂ ମାଦିଲିପାଲେମ ବସଷ୍ଟାଣ୍ଡ ନିକଟରେ ଥିବା ତିନୋଟି ମଦ ଦୋକାନରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି । ମାଦିଲିପାଲେମ ନିକଟସ୍ଥ ହନୁମନ୍ତୱାକା ଛକ ଏବଂ ଥାଟିଚେଟିପାଲେମ, ଗାଜୁୱାକା ଆଦି ଅଞ୍ଚଳରେ ମଦ ଦୋକାନ ମାନଙ୍କରେ ସକାଳୁ ସକାଳୁ ପ୍ରବଳ ଭିଡ଼ ଓ ଲମ୍ବା ଲାଇନ ଲାଗି ରହିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସରକାର ପୁରୁଣା ଦର ଠାରୁ ଦୁଇ ଗୁଣ ଦରରେ ମଦ ବିକ୍ରୀ କରୁଥିବା ଜଣାପଡିଛି । ତଥାପି ପ୍ରବଳ ଭିଡ଼ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଉ ମଧ୍ୟ ଚଢା ଦର ହେଲେ ବି ଲୋକମାନେ ଉଚ୍ଚ ଦରରେ କିଣିବାରେ ପଛଘୁଞ୍ଚା ନ ଦେଇ ଉପଯୁକ୍ତ ଲାଇନ ମାନି ଘଣ୍ଟା ଘଣ୍ଟା ଠିଆ ହୋଇ ମଦ କିଣୁଥିବା ଦେଖିବାକୁ ମିଳିଛି । ବିଶାଖାପାଟଣା ଜିଲ୍ଲାପାଳଙ୍କ ନିର୍ଦ୍ଦଶାନୁସାରେ ମେ ୪ ତାରିଖ ଠାରୁ ଦୁଇ ସପ୍ତାହ କେନ୍ଦ୍ରର ଆଦେଶକୁ ମାନି ସମସ୍ତ ଛୋଟ ଛୋଟ ଦୋକାନ ସକାଳ ୭ଟା ଠାରୁ ଅପରାହ୍ନ ୧ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଆଉ ରାତ୍ର ୭ ଠାରୁ ପୁଣି ସକାଳ ୭ ପର୍ଯ୍ୟନ୍ତ ରାସ୍ତାରେ କୌଣସି ଲୋକ ବୁଲିବା ନିଶେଦ୍ଧାଜ୍ଞା ଜାରି କରାଯାଇଛି । ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଯିବା ପାଇଁ ବସ ଗାଡ଼ି ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଛି । 

ରିପୋର୍ଟ : ପ୍ରତାପ କୁମାର ପାଢ଼ୀ