Breaking News

ଆଜି ସକାଳୁ ସକାଳୁ ଥାନା ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ, ଗଞ୍ଜାମ ସମେତ ୪ଟି ସ୍ଥାନରେ ଚଢ଼ାଉ

  • ସମୃଦ୍ଧ ଓଡିଶା
  • May 22, 2023
  • Comments Off on ଆଜି ସକାଳୁ ସକାଳୁ ଥାନା ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ, ଗଞ୍ଜାମ ସମେତ ୪ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର(ସମୃଦ୍ଧ ଓଡିଶା ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ‍ବରଗଡ଼ ଜିଲ୍ଲା ଗାଇସିଲେଟ୍‌ ଥାନା ଅଧିକାରୀ ବୀରବର ଭଗତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କ ଘର ଓ ଅଫିସ ସମେତ ୪ଟି ସ୍ଥାନରେ ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବୀରବରଙ୍କ ଗାଇସିଲେଟରେ ଥିବା ସରକାରୀ ଘର ସହିତ ଥାନାରେ ଚଢ଼ାଉ କରାଯାଇଛି। ସେହିପରି ସମ୍ୱଲପୁରର ଅନୁଗୁଳିଆ ପଡାରେ ଥିବା ତାଙ୍କ ଘର ଓ ସମ୍ୱଲପୁର କାବ୍ରାପାଲିରେ ଥିବା ଫାର୍ମ ହାଉସରେ ଏକାକାଳୀନ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଭିଜିଲାନ୍ସ ବୀରବରଙ୍କ ଗାଇସିଲେଟ କ୍ୱାର୍ଟର୍ସରୁ କିଛି ନଗଦ ଟଙ୍କା, ସୁନାଗହଣା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି। ସେହିପରି ଲାଞ୍ଚ ନେଇ ସ୍ପଟ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିଡିପିଓ(ଚାଇଲ୍ଡ ଡେଭପମେଣ୍ଟ ପ୍ରୋଜେକ୍ଟ ଅଫିସ୍‌ର), ସିଡିପିଓଙ୍କ ଅଫିସ୍‌ର କିରାଣୀ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ। ଗୋଟିଏ ଘଟଣା କୋରାପୁଟରେ ଘଟିଥିବା ବେଳେ ଅନ୍ୟଟି ଗଞ୍ଜାମରେ ଘଟିଛି। ଅଙ୍ଗନବାଡି କର୍ମୀଙ୍କୁ ନିଯୁକ୍ତି ରିଲିଜ ଅର୍ଡର ଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କୋରାପୁଟ ଜିଲ୍ଲା ନାରାୟଣପାଟଣା ବନ୍ଧୁଗାଁ ସିଡିପିଓ ନମିତା ରାଣୀ ପାଉଲ ଓ ସିଡିପିଓ ଅଫିସ୍‌ର କିରାଣୀ(ରେଭନ୍ୟୁ ଆସିଷ୍ଟାଣ୍ଟ) ଅଶ୍ୱନି କୁମାର ପ୍ରଧାନ ବୋଲି ବିଭିନ୍ନ ସୂତ୍ରରୁ ଖବର ମିଳିଛି ।

%d bloggers like this: