Breaking News

ଅସଲ ଭକ୍ତ କିଏ ?…

ଥରେ ଶିବ ଓ ପାର୍ବତୀ ଗଙ୍ଗା ସ୍ନାନ ପାଇଁ ଯାଉଥିବା ବେଳେ ଶଙ୍କରଜି କହିଲେ– ପାର୍ବତୀ ! ଆଜି କ’ଣ ? ଆଜି ସୋମବତୀ ଅମାବାସ୍ୟା । ସୋମବତୀ ଅମାବାସ୍ୟାରେ ସମସ୍ତେ ଗଙ୍ଗାଙ୍କର ସ୍ନାନ କରିବାକୁ ଯାଉଛନ୍ତି । ସମସ୍ତେ ଗଙ୍ଗାରେ ସ୍ନାନ କରିବାକୁ ଯାଉଛନ୍ତି ? ଆରେ ସାହେବ ! ମଜା କ’ଣ କରୁଛନ୍ତି ? ସମସ୍ତେ ଗଙ୍ଗାରେ ସ୍ନାନ କରିବାକୁ ଯିବେ ତ କାମ ଚଳିବ କେମିତି ? ଏସବୁ ସ୍ଵର୍ଗକୁ ଯିବେ ? ସେ କହିଲେ- ହଁ ପାର୍ବତୀ । ଏମାନେ ସବୁ ସ୍ଵର୍ଗକୁ ଯିବେ ବୋଲି ତ କୁହାଯାଏ ! ଏମାନେ ସବୁ କିପରି ସ୍ବର୍ଗକୁ ଯିବେ ? ପାର୍ବତୀ କହିଲେ- ଶଙ୍କରଜି ! ଆପଣ ମୋତେ ପରିହାସ କରୁଛନ୍ତି । ଏମାନେ ସମସ୍ତେ ସ୍ୱର୍ଗକୁ ଯିବେ, ତ ଏତେ ଲୋକ ସ୍ଵର୍ଗରେ ରହିବେ କେଉଁଠି ? ଶିବଜି କହିଲେ- ତୁମର ବିଶ୍ବାସ ହେଉ ନାହିଁ। ପାର୍ବତୀ କହିଲେ- ହଁ ସାହେବ ! ମୋର ତ ବିଶ୍ୱାସ ହେଉ ନାହିଁ । ଲକ୍ଷ ଲକ୍ଷ ବ୍ୟକ୍ତି ସ୍ନାନ କରିବାକୁ ଯିବେ । ମୁଁ ତ ଭାବୁଛି ଏଇ ଭିଡ଼ ତ ମେଳାର ଭିଡ଼ ପରି ହୋଇଛି । ଏହା ସୋମବତୀର ମେଳା ନା ମନୋରଞ୍ଜନ । ମନେହୁଏ ମନୋରଞ୍ଜନ କରିବା ପାଇଁ ଏସବୁ ଭିଡ଼ ଲାଗିଛି ଏବଂ ଏମାନଙ୍କ ମଧ୍ୟରୁ ଜଣେ ବି କେହି ଏମିତି ନାହିଁ, ଯିଏ ସ୍ଵର୍ଗକୁ ଯିବ ଏବଂ ତାକୁ ମୁକ୍ତି ମିଳିବ ଓ ବୈକୁଣ୍ଠ ମିଳିବ । ପାର୍ବତୀ କହିଲେ– ସାହେବ, ଏଥିରେ ମୋର ମୁଣ୍ଡ କାମ କରୁ ନାହିଁ । ଆଚ୍ଛା, ତୁମର ମୁଣ୍ଡ କାମ କରୁ ନାହିଁ, ତାହେଲେ ଚାଲ ମୁଁ ଦେଖାଉଛି ଯେ ଏମାନେ ସ୍ଵର୍ଗ ଯିବେ କି କ’ଣ ? ଏବେ କେଉଁମାନେ ଯିବେ, କେତେ ଲୋକ ଯିବେ ? ଏହି ନିଷ୍ପଭି ଭିଡ଼ ଭିତରେ ହୋଇଯିବ । ପାର୍ବତୀ ଜଣେ ସୁନ୍ଦରୀର ରୂପ ଧାରଣ କଲେ, ସୁସ୍ଥ ଯବାନ ଷୋଳ ବର୍ଷର ଯୁବତୀର ରୂପ, ସୁନ୍ଦର ଆଭୂଷଣ ପରିହିତା, ଶୃଙ୍ଗାରରେ ସୁସଜ୍ଜିତା ଏବଂ ଶଙ୍କରଜି ଜଣେ କୁଷ୍ଠରୋଗୀର ରୂପ ଧାରଣ କଲେ । ପାର୍ବତୀଜୀ ତାଙ୍କୁ ନିଜ ପିଠି ଉପରେ ଚଢ଼ାଇ ନେଇ ଯାଉଥାନ୍ତି । ବାଟରେ ଥକିଯାଇ ବସି ପଡ଼ିଲେ । ଅନେକ ଲୋକ ସେଇ ବାଟ ଦେଇ ଗଲେ ଓ କେଜାଣି କ’ଣ କ’ଣ ଶବ୍ଦ ସବୁ ତାଙ୍କୁ କହିଲେ । ସେମାନେ କହିଲେ ଯେ ଏଇ କୁଷ୍ଠରୋଗୀ ସାଙ୍ଗରେ ରହିବା ଯୋଗୁଁ ତୋର ଶରୀର ଲଜ୍ଜିତ ହେଉଛି । ତୁ ଏତେ ସୁନ୍ଦର ଯୁବତୀ ଆଉ ତୁ ଏଇ କୁଷ୍ଠରୋଗୀ ସାଙ୍ଗରେ କ’ଣ ରହିବୁ ? ତୁ ଆମ ସାଙ୍ଗେ ଚାଲ। ଆମ ପାଖରେ ଗାଡ଼ି ଅଛି । ଆମ ପାଖରେ ଖାଇବା ପିଇବାର ଭଲ ବ୍ୟବସ୍ଥା ଅଛି, କୋଠା ଅଛି ଆଦି କେଜାଣି କ’ଣ କ’ଣ ଲୋଭ-ଲାଳସା ଦେଖାଇ ଚାଲିଗଲେ । ପାର୍ବତୀଜୀ ନତମସ୍ତକ ହୋଇଗଲେ ଓ ଦୁଃଖୀ ହୋଇ କହିଲେ- ହେ ଭଗବାନ ! ଏମାନେ କ’ଣ ଭକ୍ତ ? ଭକ୍ତ ଏମିତି ହୋଇ ପାରନ୍ତି ? ଏମାନେ କ’ଣ ବୈକୁଣ୍ଠକୁ ଯିବେ ? ଭୋଳାନାଥ ! ଆପଣ ତ ମୋର ବି ଦୁର୍ଗତି କରିଦେଲେ। ଇଏ ଆପଣ କ’ଣ କଲେ ? ସେ କହିଲେ ଯେ ପାର୍ବତୀ ! ଏବେ ଦେଖିଚାଲ । ଏ ପୃଥିବୀ ଏବେ ଭକ୍ତ ବିହୀନ ହୋଇଯାଇ ନାହିଁ ଯେ ସମସ୍ତେ ଏମିତି ହୋଇଥିବେ । ଶଙ୍କରଜି କହିଲେ- “ ଏହା ତ ମୁଁ ତୁମକୁ ଦେଖାଇଲି ।” ପାର୍ବତୀ କହିଲେ– “ ମହାରାଜ ! ସେହି ସମୟ କେତେବେଳେ ଆସିବ ? ଏବେ ତ ମୁଁ ସରମରେ ପୋତି ହୋଇଯାଉଛି । ଲୋକେ ମୋତେ ପାର୍ବତୀ ମା’ କହନ୍ତି ଓ ଆପଣଙ୍କୁ ପିତା କହନ୍ତି, କିନ୍ତୁ ଯେଉଁମାନେ ମୋତେ ଏଇ ରୂପରେ ଦେଖୁଛନ୍ତି ତଦ୍ଦ୍ବାରା ମୋତେ ବଡ଼ ଲଜ୍ଜା ଲାଗୁଛି, ସରମ ଲାଗୁଛି ।” ଏବେ ସନ୍ଧ୍ୟାର ସମୟ ହୋଇ ଯାଇଥିଲା, ଦିନ ଲୁଚିଯିବାକୁ ବସିଥିଲା । ସେଇ ବାଟ ଦେଇ ଜଣେ ପଥିକ ଯାଉଥିଲା । ସେ କହିଲା- “ମା’ ଆପଣ କେଉଁଆଡ଼େ ଯିବାକୁ ଚାହାନ୍ତି ? ଆପଣ ଧନ୍ୟ ମା’। ଆପଣଙ୍କ ପରି ଦେବୀଙ୍କୁ ପ୍ରଣାମ ।” ସେ କହିଲେ- “ ଭାଇ ମୁଁ ମୋର ପତିଙ୍କୁ ସ୍ନାନ କରାଇବା ପାଇଁ ଆଣିଛି । ମୋ ପତି କୁଷ୍ଠରୋଗୀ । ଏବେ ମୁଁ ଥକି ଯାଇଛି । ମୁଁ ଆଉ ଏହାଙ୍କୁ ବୋହିକରି ଚାଲିପାରୁ ନାହିଁ । ଆଜି ସୋମବତୀ ଅମାବାସ୍ୟା ଆଉ ମୁଁ ମୋର ପତିଙ୍କୁ ସ୍ନାନ କରାଇବାକୁ ଆଣିଛି ।” ସେ କହିଲା- “ମା’ ! କିଛି ସେବା କରିବା ପାଇଁ ମୋତେ ସୁଯୋଗ ଦିଅନ୍ତୁ । ମୁଁ ଆପଣଙ୍କ ପତିଙ୍କୁ ସ୍ନାନ କରାଇ ଆଣିବି ।” ସେ କହିଲେ– “ତୁମେ ଆଣିବ ତ ?” “ ହଁ, ମା ! ତୁମର ନିଜ ପତିଙ୍କ ପ୍ରତି ଯେତିକି କର୍ତ୍ତବ୍ୟ ଓ ଦାୟିତ୍ବ ଅଛି, ମୋର ମଧ୍ୟ ଅଛି; କାରଣ ଆପଣ ମୋର ମା’, ତେଣୁ ସେ ମୋର ପିତୃତୁଲ୍ୟ ।” ପିଠି ଉପରେ ଶଙ୍କରଜିଙ୍କୁ ବସାଇ ସେହି ପଥିକ ଆଗେ ଆଗେ ଚାଲିଲା ଓ ପଛେ ପଛେ ପାର୍ବତୀ ଚାଲିଲେ । ଶଙ୍କରଜି ଇସାରାରେ କହିଲେ- “ ପାର୍ବତୀ ! ଇଏ ବାସ୍ତବିକ ଭକ୍ତ ଓ ଏହା ଭିତରେ ବାସ୍ତବିକ ଭକ୍ତି ଅଛି । ଏଇ ବ୍ୟକ୍ତି ହିଁ ପ୍ରକୃତରେ ଗଙ୍ଗା ସ୍ନାନ ପାଇଁ ଯାଉଛି । ଏତେ ଭିଡ଼ ମଧ୍ୟରେ ଏକମାତ୍ର ଏଇ ବ୍ୟକ୍ତିଟି ଆସିଛି । ଯଦି ସ୍ଵର୍ଗ କାହାକୁ ମିଳେ ତ ଏହାକୁ ମିଳିବ । ଏହାକୁ ସଦ୍‌ଗତି ମିଳିବ । ଏହାକୁ ଶାନ୍ତି ମିଳିବ । ଯାହା କିଛି ମିଳିବା କଥା, ଏହାକୁ ମିଳିବ । ବାକି ତ ଭିଡ ଥିଲା, ଯାହା ତୁମେ ଦେଖିଥିଲ।” ଏହା ହିଁ ସାଧନାର ପ୍ରକୃତ ସ୍ୱରୂପ । ଅଧ୍ୟାତ୍ମର ପ୍ରକୃତ ସ୍ୱରୂପ ।

%d bloggers like this: