ଅମୂଲ୍ୟ ପାତ୍ରଙ୍କୁ ମିଳିଲା ନିଜ ପରିଶ୍ରମ ଫଳର ପରିଚୟ…

ଜଳେଶ୍ଵର/ବାଲେଶ୍ଵର (ସମୃଦ୍ଧ ଓଡିଶା) ନିଷ୍ଠା ଓ ଉଦ୍ୟମ ସହ ଆନ୍ତରିକତା ମିଶିଲେ ସଫଳତା ମିଳିବା ସହଜ ହୋଇଯାଏ । ଏକଥା ପ୍ରମାଣିତ କରି ପାରିଛନ୍ତି, ବାଲିଆପାଳ ବ୍ଲକ ଡଗରା ଗ୍ରାମ ପଞ୍ଚାୟତର ଜାମତକୁଲା ଗ୍ରାମର ସଫଳ ଚାଷୀ ଅମୂଲ୍ୟ ପାତ୍ର । ଅମୂଲ୍ୟ ପାତ୍ର ୫ ବର୍ଷ ପାନ ଚାଷ ସହିତ ଜଡିତ ଥିଲେ । ଏବେ ବିଭିନ୍ନ ପନିପରିବା, ଫଳ, ଫୁଲ, ଚାଷ କରି ସେଥିରେ ସଫଳତା ପାଇଛନ୍ତି । ଶ୍ରୀପାତ୍ର ଓ ତାଙ୍କ ପରିବାର ପାନ ପତ୍ର ବିକ୍ରି କରି ଭଲ ରୋଜଗାର କରନ୍ତି । ମାତ୍ର ବିଗତ ଦୁଇ ବର୍ଷ ହେବ ପାନ ଗଛରେ ବିଭିନ୍ନ ରୋଗ ହୋଇ ଭଲ ଅମଳ ହେଉନାହିଁ । ଯାହା ଦ୍ବାରା ତାଙ୍କର ଆୟ ଦିନକୁ ଦିନ କମିବାରେ ଲାଗିଲା । ଏହାର ଉପଶମ ପାଇଁ ସ୍ଥାନୀୟ ବିଶେଷଜ୍ଞ ଔଷଧ ବିତରକଙ୍କ ପରାମର୍ଶ ନେଇଥିଲେ, ମଧ୍ୟ ଉଲ୍ଲେଖନୀୟ ସଫଳତା ମିଳିଲା ନାହିଁ । ରିଲାଏସ୍ସ ଫାଉଣ୍ଡେସନ ଦ୍ବାରା ପ୍ରକାଶିତ ଖବର କାଗଜରେ ପାନ ଚାଷର ବିଭିନ୍ନ ରୋଗ ପୋକ ବିଷୟରେ ଜାଣିବାକୁ ପାଇଲେ । ଉକ୍ତ କମ୍ପାନୀର ହେଲପ ଲାଇନ ନମ୍ବର ସହିତ ସେ  ଯୋଗାଯୋଗ କଲେ ଓ ଉକ୍ତ ହେଲ୍ପ ଲାଇନ ନମ୍ବରର ପରାମର୍ଶ କ୍ରମେ ନିମ୍ବ , ସୋରିଷ ତେଲ ଗୋଡାଇ ଏକ ପ୍ଯାକ ପ୍ରସ୍ତୁତ କରି ପାନ ଗଛରେ ପ୍ରୟୋଗ କରିବା ଆରମ୍ଭ କଲେ । ଏହା ଦ୍ବାରା ଚାରା ଗଛ ଗୁଡିକ ବଢିବାରେ ଲାଗିଲା ପାନ ଗଛରେ କିଛି ଅସୁବିଧା ହେଲେ ସେ ବାରମ୍ବାର ସେହି ନମ୍ବରଙ୍କୁ ଫୋନ୍ କରି ସେମାନଙ୍କ ପରାମର୍ଶ ଲୋଡୁଥିଲେ । ଏହାପରେ ଉତ୍ପାଦନ ଓ ରୋଜଗାରର ବୃନ୍ଧି ହେଲା ଅଧିକରୁ ଅଧିକ ଖବର ପାଇବା ପାଇଁ ରିଲାଏନ୍ସ ଫାଉଣ୍ଡେସନର କର୍ମଚାରୀ ମାନଙ୍କ ସହିତ ସର୍ମ୍ପକ ସ୍ଥାପନ କଲେ । ସେମାନଙ୍କ ଦ୍ବାରା କୃଷକ ବିଶେଷଙ୍ଗ ମାନଙ୍କୁ କରାଯାଇଥିବା । ହ୍ବାଟ୍ସଅପ ଗ୍ରୁପରେ ନିଜକୁ ସାମିଲ୍ କରାଇଲେ l ସେ ତାଙ୍କ ପ୍ରଶ୍ନକୁ ଫୋଟ ସହିତ ଆଗକୁ ବଢାଇବା ଆରମ୍ଭ କଲେ ଏବଂ ତାଙ୍କ ପ୍ରଶ୍ନ ଗୁଡିକ ବିଶେଷଜ୍ଞଙ୍କ ଦ୍ବାରା ପ୍ରତ୍ମ୍ଯଭର ହେଉଥିଲା । ସେମାନଙ୍କ ପରାମର୍ଶ ତାଙ୍କ ପାନ ବରଜକୁ ରୋଗ, ପୋକ ଦାଉରୁ ରକ୍ଷା କରି ପାରିଥିଲେ । ଫଳରେ ୬ ମାସ ରେ ପାଖାପାଖି ୬୦ ହଜାର ଟଙ୍କା ଆୟ କରି ପାରିଥିଲେ । ଏବେ ସେ ପାନ ଚାଷ ସହିତ ଜୈବିକ ସାର ପ୍ରୟୋଗ କରି ବିଭିନ୍ନ ପନିପରିବା ଫଳ ଫୁଲ ଚାଷ କରି ମଧ୍ୟ ସେଥିରେ ସଫଳତା ହାସଲ କରିଛନ୍ତି । ସାମ୍ପ୍ରତିକ କୃଷି କାର୍ଯ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇଁ ରାସାୟନିକ ସାର, କୀଟନାଶକ ଔଷଧର ବହୁଳ ବ୍ୟବହାର ଉତ୍ପାଦିତ ଫସଲକୁ ବିଷାକ୍ତ କରିବା ସହିତ ମାଟିର ଗୁଣବତ୍ତା ଓ ଉତ୍ପାଦନକୁ ମଧ୍ୟ ନଷ୍ଟ କରୁଛି । ଏହାକୁ ଦୃଷ୍ଟିରେ ରଖି ସେ ପନିପରିବା, ଫଳ ଫୁଲ ଚାଷରେ ଜୈବିକ ସାର ଭାବେ କୁକୁଡା ମଳ ଓ ଜିଆ ଖତ ବ୍ୟବହାର କରୁଛନ୍ତି । ଏ ସବୁର ପ୍ରୟୋଗ ଦ୍ବାରା ସେ ଚଳିତ ବର୍ଷ ଭଲ ଉତ୍ପାଦନ କରି ପାରିଛନ୍ତି । ଏବେ ତାଙ୍କ ବଗିଚାରେ ଫୁଲକୋବି, ବନ୍ଧା କୋବି, ପିଆଜ, ଗାଜର,ଠାରୁ ଆରମ୍ଭ କରି ବିଭିନ୍ନ ଫୁଲ ଏ ପରିକି ଲିଚୁ ମଧ୍ୟ ଉତ୍ପାଦନ ହେଉଛି । ସ୍ଥାନୀୟ ଅଞ୍ଚୟର କୃଷକ ମାନେ ଏହା ଦେଖି ଅନୁପ୍ରଣିତ ମଧ୍ୟ ହେଉଛନ୍ତି । ଏବର ସମୟରେ ଚାକିରୀ ପଛରେ ନ ଗୋଡାଇ ଏହିଭଳି ମିଶ୍ରିତ ଚାଷ କରି ବେଶ ରୋଜଗାରକ୍ଷମ୍ ହୋଇପାରିବ ।ଏହା ପ୍ରମାଣିତ କରି ଦେଖାଇ ପାରିଛନ୍ତି ଶ୍ରୀ ପାତ୍ର । ସ୍ଥାନୀୟ ଅଞ୍ଚଳର କୃଷକ ମାନଙ୍କ ପାଇଁ ସେ ଏବେ ଉଦାହରଣ ପାଲଟିଛନ୍ତି ।