ଅବସରପ୍ରାପ୍ତ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ଶିକ୍ଷାଜିଲା ଅଧିନସ୍ଥ ଖୁଆଡ କ୍ଲଷ୍ଟର ଦୁଇଜଣ ପ୍ରବୀଣ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବଦ୍ଧର୍ନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିଆର୍‌ସିସି ରଂଜନ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ । ଦୀନକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶିଶିର କୁମାର ଗାନ୍ଧୀ ଓ ବେଗୁନିଆ ଶାନ୍ତାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫାଗୁ ବାସ୍କେଙ୍କୁ ଉତ୍ତରିୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ପ୍ରଧାନ ଶିକ୍ଷକ ଦୀନବଂଧୁ ଦାସ, ଅତିରିକ୍ତ ଗୋଷ୍ଠୀ ଅଧିକାରୀ ସୁଶାନ୍ତ ଜେନା ଯୋଗ ଦେଇ ବିଦାୟୀ ଶିକ୍ଷକମାନଙ୍କ ସ୍ମୃତିଚାରଣ କରିବା ସହିତ ଆଦର୍ଶ ଶିକ୍ଷକ ସବୁଠାରେ ପୂଜା ପାଆନ୍ତି ବୋଲି କହିଥିଲେ । ମୃତ୍ୟୁବରଣ କରିଥିବା ପୁରୁଣାପାଣି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ରୂପାଞ୍ଜଳୀ ପ୍ରଧାନଙ୍କ ଉଦ୍ଦେଶ୍ୟରେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ବିଭିନ୍ନ ବିଦ୍ୟାଳୟର ଆସିଥିବା ଶିକ୍ଷକ, ଶିକ୍ଷୟତ୍ରୀମାନେ ସହାୟତା କରିଥିଲେ ।

ରିପୋର୍ଟ : ଭୂପତି ପରିଡା