ଅନାଥ, ଅସହାୟ ଓ ବେସାହାରା ବ୍ୟକ୍ତିର ଶବ ଶତ୍କାର କଲେ ଜଳେଶ୍ଵରର ହେଲ୍ପ ଫର ୟୁ ଫାଉଣ୍ଡେସନ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ମୟୂରଭଞ୍ଜ ବାରିପଦାରୁ ଦୀର୍ଘ ଦିନ ଧରି ଆସି ଜଳେଶ୍ଵର, ପଥରପୁରାର ଚୈତନ୍ୟ ସାହୁ ଗଳି ପାଖରେ କଟିଆ ପାତ୍ର ନାମକ ଜୈନିକ ବ୍ୟକ୍ତି ରହି ରିକ୍ସା ଚଳି ନିଜର ଜୀବନ ଜୀବିକା ଚଳେଇ ଆସୁଥିଲେ । ମାତ୍ର ତାଙ୍କର କେହି ନିଜର ସମ୍ପର୍କୀୟ ନଥିଲେ, ବୟସ ୪୫ ହୋଇ ଯାଇଥିଲା ।  ହୃଦଘାତ ଜନିତ ରୋଗରେ ତାଙ୍କର ଦେହାନ୍ତ ଘଟିଥିଲା । କରୋନା ମହାମାରୀ ଯୋଗୁଁ କେହି ତାଙ୍କର ଶବ ଶତ୍କାର କରିବା ପାଇଁ ଆସି ନ ଥିଲେ । ଶବ ରାତ୍ରିରୁ ପଡ଼ି ରହିଥିବା ଖବର ଗ୍ରାମର ହରଦମ ନାମକ ବ୍ୟକ୍ତି ଜଣଙ୍କ ହେଲ୍ପ ଫର ୟୁ ଫାଉଣ୍ଡେସନର ସଭାପତି ମାନସ ରଞ୍ଜନ ଧଳଙ୍କୁ ଖବର ଦେଇଥିଲେ ଏହି ପରିସ୍ଥିତିରେ ହେଲ୍ପ ଫର ୟୁ ଫାଉଣ୍ଡେସନର ସଦସ୍ୟ ମାନେ ସେଠାରେ ପହଞ୍ଚି ଶବ ଶତ୍କାର କରିଥିଲେ, ଏହି ମହାନ କାର୍ଯ୍ୟରେ ହେଲ୍ପ ଫର ୟୁ ଫାଉଣ୍ଡେସନର ସଦସ୍ୟ ଚିନ୍ମୟ ପ୍ରମାଣିକ, ହେମନ୍ତ ପାତ୍ର, ପ୍ରଦୀପ ପାତ୍ର, ସୌମ୍ୟରଞ୍ଜନ ଘଡାଇ, ତରୁଣ କୁମାର ନାଥ, ତପନ ଦେ, କାଳିଚରଣ ଦାସ, ନିତ୍ୟାନନ୍ଦ ଦାସ, ବଳରାମ ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ । ଏହି କରୋନା ମହାମାରୀ ସମୟରେ କେହି କାହାରିକୁ ଛୁଉଁ ନ ଥିଲା ବେଳେ ହେଲ୍ପ ଫର ୟୁ ଫାଉଣ୍ଡେସନ ଆସି ନିଜ ଜୀବନକୁ ଖାତିରି ନ କରି କରି ଏହି ମହାନ କାର୍ଯ୍ୟ କରିଥିବାରୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି । 

ରିପୋର୍ଟ : ଭୂପତି ପରିଡା